୪ ରାଜ୍ୟରେ କରୋନା ଟିକାଦାନ ଅଭ୍ୟାସ ପ୍ରକିୟା

ନୂଆଦିଲ୍ଲୀ,୨୮।୧୨: ଦେଶରେ ସାର୍ବଜନୀକ ଭାବେ କରୋନା ଟିକା ଦେବା ଲାଗି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ମର୍ମରେ ସୋମବାର ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଏବଂ ଗୁଜରାଟରେ ଅଭ୍ୟାସ ପ୍ରକିୟା (ମକ୍‌ ଡ୍ରିଲ୍‌) ଆରମ୍ଭ କରାଯିବ। ଏହାପରେ ଦେଶରେ ଟିକାଦାନ ପ୍ରକ୍ରିୟା କରାଯିବ। ୪୮ ଘଣ୍ଟା ପାଇଁ ଏହା ଜାରି ରହିବ। ପ୍ରକୃତ ଟିକାଦାନ ପୂର୍ବରୁ ମକ୍‌ ଡିଲ୍‌ରେ ଏହାକୁ ପରଖା ଯିବ। ଏଥିରେ ଲୋକଙ୍କୁ ଟିକାଦାନ ନ ଦିଆଗଲେ ମଧ୍ୟ ଅନ୍ୟ ସମସ୍ତ ପ୍ରକ୍ରିୟାକୁ ଯାଞ୍ଚ୍‌ କରାଯିବ। ମକ୍‌ ଡ୍ରିଲ୍‌ ଜିଲା ହସ୍ପିଟାଲ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ହସ୍ପିଟାଲ ଆଦିରେ ଅନୁଷ୍ଠିତ ହେବ।

Share