ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ୬୩୩ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ୨୩ଟି ବିଭାଗକୁ ଟିକାଦାନ ପାଇଁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଟିକାକୁ ସୁରକ୍ଷିତ ରଖିବା ଲାଗି ୨୯ ହଜାର କୋଲ୍ଡ ପଏଣ୍ଟ୍ ଚେନ୍, ୨୪୦ ଓ୍ବାର୍କ ଇନ୍ କୁଲର, ୭୦ ଓ୍ବାର୍କ ଇନ୍ ଫ୍ରିଜର, ୪୫ ହଜାର ଆଇସ୍ ଲିଙ୍କ୍ ରେଫ୍ରିଜେରେଟର ଆଦିର ବ୍ୟବସ୍ଥା କରାଯାଇଛି। ସେହିପରି ୪୧ ହଜାର ଡିପ୍ ଫ୍ରିଜର ଏବଂ ୩୦୦ ସୋଲାର ରେଫ୍ରିଜେରେଟରର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।