Categories: ଜାତୀୟ

କରୋନା ଭାକ୍ସିନ୍‌ର ପରୀକ୍ଷାମୂଳକ ଡୋଜ୍‌ ନେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋହତକ,୨୦।୧୧: କରୋନା ଲଢେଇ ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନର ତୃତୀୟ ପରୀକ୍ଷା ଶୁକ୍ରବାରଠାରୁ ହରିୟାଣାର ରୋହତକରୁ ଆରମ୍ଭ ହୋଇଛି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରଥମ ସ୍ବେଚ୍ଛାସେବୀ ହୋଇଛନ୍ତି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୬,୦୦୦ ଲୋକଙ୍କୁ ପରୀକ୍ଷା କରାଯିବ। ଏଥିରେ ଅନିଲ ସାମିଲ ଅଛନ୍ତି। ଦେଶରେ ସମୁଦାୟ ୨୫ ହଜାର ୮୦୦ ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ। ରୋହତକଙ୍କ କୁଳପତି କହିଛନ୍ତି ଯେ ଶୁକ୍ରବାର କୋଭାକ୍ସିନ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ୨୦୦ ସ୍ବେଚ୍ଛାସେବୀଙ୍କୁ ଡୋଜ ଦିଆଯାଉଛି। ଏହି ଟିକା ଦୁଇଟି ମାତ୍ରାରେ ଦିଆଯିବ। ପ୍ରଥମ ଡୋଜ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ। ଆମେ ଆଶା କରୁଛୁ ଏହି ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ବାୟୋଟେକ କମ୍ପାନୀା କୋଭାକ୍ସିନ ନାମକ କରୋନା ଟିକା ଉପରେ କାମ କରୁଛି।ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହଯୋଗରେ ଭାରତ ବାୟୋଟେକ ଟିକା ପ୍ରସ୍ତୁତ କରୁଛି। ଦେଶରେ ସମୁଦାୟ ୨୫ହଜାର ୮୦୦ ଲୋକଙ୍କ ଉପରେ ଟିକା ପରୀକ୍ଷା କରାଯିବ।

Share