କରୋନା ଟିକା ନାଚ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ୍‌,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଏପରିସ୍ଥଳେ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେରଳ ପୋଲିସ ପକ୍ଷରୁ କରୋନା ଟିକା ନାଚର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ୧୮ ସେକେଣ୍ଡର ଏହି ଭିଡ଼ିଓରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ କରୋନା ଟିକା ମନ ଖୁସିରେ ହାତଗୋଡ଼ ହଲାଇ ନାଚୁଛନ୍ତି। କେରଳ ପୋଲିସ ପକ୍ଷରୁ ରାସପୁତିନ ଚ୍ୟାଲେଞ୍ଜ୍‌ ଗ୍ରହଣ କରାଯାଇ ଏଭଳି ଅନନ୍ୟ ପ୍ରୟାସ କରାଯାଇଛି। ଭିଡ଼ିଓଟି କେରଳ ପୋଲିସର ନିଜସ୍ବ ଟୁଇଟର ହ୍ୟାଣ୍ଡେଲରେ ଏପ୍ରିଲ୍‌ ୧୧ ସକାଳ ୭ଟା ୫୦ରେ ଅପଲୋଡ୍‌ କରାଯାଇଛି।

Share