କରୋନା ଟିକା ‘ସୈତାନ ଟିକା’, ପରିବର୍ତ୍ତନ ହେବ ଡିଏନ୍‌ଏ: ଅଭିଯୋଗ ଆଣିଲେ ଦକ୍ଷିଣ ଆଫ୍ରିକା ପ୍ରଧାନ ବିଚାରପତି

ଜୋହାନ୍ସ୍‌ବର୍ଗ,୧୨।୧୨: ଏବେ ବ୍ରିଟେନ୍‌ରେ କରୋନା ଟିକାଦାନ ଜାରି ରହିଛି। ଆଗାମୀ ଦିନରେ ଅନ୍ୟ ଦେଶରେ ମଧ୍ୟ ସାର୍ବଜନୀକ ଟିକାଦାନ ପାଇଁ ଯୋଜନା କରାଯାଉଛି। ତେବେ କରୋନା ଟିକାକୁ ନେଇ ଦକ୍ଷିଣ ଆଫ୍ରିକା ପ୍ରଧାନ ବିଚାରପତି ମୋଗୋଇଙ୍ଗ୍‌ ମୋଗୋଇଙ୍ଗ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା ‘ସୈତାନ ଟିକା’ ବୋଲି ସେ କହିଛନ୍ତି। ଏହାଦ୍ୱାରା ମନୁଷ୍ୟ ଶରୀରର ଡିଏନ୍‌ଏରେ ପରିବର୍ତ୍ତନ ହେବ। ତାଙ୍କର ଏଭଳି ମନ୍ତବ୍ୟକୁ ବୈଜ୍ଞାନିକ ସମାଲୋଚନା କରିଛନ୍ତି। ତେବେ ଏଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେବାର ଆଶଙ୍କା ରହିଥିବା ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ହୁଏତ କିଛି ଲୋକ ଟିକାଦାନ କରିବାକୁ ଆଗ୍ରହ ପ୍ରକାଶ କରି ନ ପାରନ୍ତି ବୋଲି ଅନୁମାନ କରାଯାଉଛି। ପ୍ରଧାନ ବିଚାର ପତି କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ଏକ ସ୍ବାଧୀନ ଦେଶ। ଏଠାରେ ବାକ୍‌ ସ୍ବାଧୀନତା ରହିଛି। ତେଣୁ ମୁଁ ଚୁପ୍‌ ନ ରହି ଏହା ବିରୋଧରେ ମୋ ମତ ଦେଇପାରିବି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share