ପ୍ରତିଦିନ କରୋନା ଟିକା

ନୂଆଦିଲ୍ଲୀ,୧।୪: ଗୁରୁବାରଠାରୁ ୪୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ କରୋନା ଟିକାଦାନ ଆରମ୍ଭ ହୋଇଛି। ଏପ୍ରିଲ୍‌ରେ ମାସ ସାରା ସବୁଦିନ ଟିକାକରଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାରୀ ଛୁଟି ଦିନ ଏବଂ ପର୍ବପର୍ବାଣୀରେ ମଧ୍ୟ କରୋନା ଟିକାଦାନ କରାଯିବ। ସକାଳେ ପୂର୍ବରୁ ପଞ୍ଜିକରଣ କରିଥିବା ଲୋକଙ୍କୁ ଟିକା ଦିଆଯିବ। ସେହିପରି ପୂର୍ବରୁ ପଞ୍ଜିକରଣ କରି ନ ଥିବା ଲୋକେ ଅପରାହ୍ନ ୩ଟାଠାରୁ ଟିକା ନେଇପାରିବେ। କରୋନା ଲଢ଼େଇରେ ବିଜୟୀ ହେବା ଲାଗି ଏପ୍ରିଲ୍‌ ମାସରେ ନୋ ବ୍ରେକ୍‌ କରୋନା ଟିକାଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଛି।

Share