୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା: ସରକାର ଦେଲେ ମଞ୍ଜୁରୀ…

ଓ୍ବାଶିଂଟନ,୧୧।୫: କରୋନା ଭୂତାଣୁ ଦ୍ୱାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ବୟସ୍କଙ୍କ ପାଇଁ କରୋନା ଟିକା ଉପଲବ୍ଧ ଥିବାବେଳେ ଛୋଟ ପିଳାଙ୍କ ଲାଗି ଟିକା ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଏବେ ଏହି ସମସ୍ୟାର ସମାଧାନ ଆମେରିକାରେ ହେବାକୁ ଯାଉଛି। ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ ଦିଆଯାଇ ପାରିବ। ଆମେରିକା ସରକାର ଫାଇଜର ଟିକାକୁ ପିଲାଙ୍କୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ପକ୍ଷରୁ ଏସମ୍ପର୍କିତ ଅନୁମତି ପ୍ରଦାନ କରାଯାଇଛି।

Share