କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ,କହିଲେ କେଜରିଓ୍ବାଲ-ଅମରିନ୍ଦର

ନୂଆଦିଲ୍ଲୀ,୧୬।୧: ଭାରତରେ ଶନିବାରଠାରୁ ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସାର୍ବଜନୀକ ଟିକାକରଣକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବାଗତ କରିଛନ୍ତି। କେଜରିଓ୍ବାଲ ଜନସାଧାରଣଙ୍କୁ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅପିଲ୍‌ କରିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି। ଅମରିନ୍ଦର ମଧ୍ୟ ଟିକାକୁ ସୁରକ୍ଷିତ କହିଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତର ଏପରି ମତାମତ ଦେଇଥିବା ଅମରିନ୍ଦର କହିଛନ୍ତି। କେଜରିଓ୍ବାଲ ଏବଂ ଅମରିନ୍ଦରଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଟୁପ୍‌ ଟାପ୍‌ ଆରମ୍ଭ ହୋଇଛି। ଏପରି ମନ୍ତବ୍ୟ ଦେଇ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରିଥିବା ଚର୍ଚ୍ଚା ହେଉଛି।

Share