ଟିକାର ଚମତ୍କାରିତା: କରୋନା ସହ ଭଲ ହେଉଛି ଅନ୍ୟସବୁ ରୋଗ

ଲଣ୍ଡନ,୧।୩: କରୋନା ଟିକା ଆସିବା ପରେ କେବଳ ଏହି ମାରାତ୍ମକ ରୋଗ ଯେ ଭଲ ହେଉଛି ତାହା ନୁହେଁ, ଏଥିସହ ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହେଉଛି।

ଇଂଲଣ୍ଡରେ ରହୁଥିବା ଜୋଆନ ନାମକ ଜଣେ ୭୨ ବର୍ଷୀୟା ବୃଦ୍ଧା ୬ ମାସ ତଳେ ଠିକ୍‌ ଭାବେ ଚାଲି ପାରୁ ନ ଥିଲେ। ତାଙ୍କର ଆଣ୍ଠୁ ଅପରେଶନ ହୋଇଥିଲା। ଏହା ପରେ ତାଙ୍କର ଇନ୍‌ଫେକ୍‌ସନ ହୋଇଗଲା। ଫଳରେ ପାଦ ଦରଜ ରହିଲା। ସେ ଏହି ମାସରେ କରୋନା ଟିକା ଏଷ୍ଟ୍ରାଜେନେକା ଭ୍ୟାକ୍ସିନ ନେବା ଦିନ ହିଁ ତାଙ୍କର ପାଦ ଭଲ ହୋଇଗଲା।

ଜୋଆନ କହିଛନ୍ତି, ମଁୁ ବିଶ୍ୱାସ କରିପାରୁନି ମୋର ଏତେ ଗମ୍ଭୀର ସମସ୍ୟା କେମିତି ଭଲ ହେଲା। କରୋନା ଟିକା ନେବା ପରେ ମୋର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଯାଇଛି। ମୁଁ ବହୁତ ଖୁସି ଅନୁଭବ କରୁଛି।

ଅନ୍ୟପକ୍ଷରେ ବୈଜ୍ଞାନିକମାନେ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି। କେତେକ ବୈଜ୍ଞାନିକ କୁହନ୍ତି, ଏହି ଟିକା ମନୁଷ୍ୟର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି। ଯାହାକି ଅନ୍ୟ ରୋଗ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହେଉଛି।

ମଞ୍ଚେଷ୍ଟର ୟୁନିଭରସିଟିର ଇମ୍ୟୁନୋଲଜିଷ୍ଟ ପ୍ରଫେସର ଶିନା କ୍ରୋକଶଙ୍କର ଏନେଇ ଏକ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, ଏହି ଟିକା ଦ୍ୱାରା ସ୍ବାସ୍ଥ୍ୟ ସମସ୍ୟା ଉପଶମ ହେବାର ଗୋଟିଏ କାରଣ ହୋଇପାରେ। କାରଣ ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏପରି ରୋଗ ହୋଇ ନ ଥିଲା। ତେଣୁ ଟିକା ନେବା ପରେ କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। ଯୁବାବସ୍ଥା, ମିଳିମିଳା, ଯକ୍ଷ୍ମା ଭଳି ରୋଗ ଆମ ରୋଗ ପ୍ରତିରୋଧକ ଶକ୍ତି ପାଇଁ ବହୁତ କ୍ଷତି ଘଟାଇପାରେ। ତେଣୁ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଅନେକ ଲୋକଙ୍କ ପାଇଁ ଏହି ଟିକା କିପରି ପ୍ରଭାବଶାଳୀ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share