ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍‌: ଏଠାରେ ଆରମ୍ଭ ହେବ ଟିକାକରଣ…

ଅକ୍‌ଲାଣ୍ଡ,୧୩।୬: କରୋନା ଭାକ୍ସିନ୍‌ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍‌ ଶୀଘ୍ର ଏଠାରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଗଭବର୍ତୀଙ୍କ କ୍ଷେତ୍ରରେ ବିଭିନ୍ନ ସଂକ୍ରମଣ ଆଶଙ୍କା ରହିଥାଏ। ଗର୍ଭବତୀଙ୍କଠାରେ ପ୍ରୟୋଗ କରାଯାଇଥିବା କରୋନା ଭାକ୍ସିନ୍‌ ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇ ନ ଥିବା ଜଣାପଡ଼ିବା ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗର୍ଭବତୀଙ୍କୁ ଟିକାଦାନ ଦ୍ୱାରା ଗର୍ଭସ୍ଥ ଶିଶୁ ମଧ୍ୟ ସୁରକ୍ଷିତ ରହି ପାରିବ। ପରୀକ୍ଷା ସମୟରେ ନାଭି ନାଳ ଏବଂ ଗର୍ଭବତୀଙ୍କ ରକ୍ତ ତଥା କ୍ଷୀରରେ ଆଣ୍ଟିବଡ଼ି ରହିଥିବା ଜଣାପଡ଼ିଛି। ତେଣୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀଙ୍କୁ ଶୀଘ୍ର ଟିକା ଦେବାକୁ ପରାମର୍ଶ ଦିଆଯାଇଛି।

Share