Advertisement

ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…

ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଦେଶର ୫ଟି ଅଞ୍ଚଳରେ ଏହାର ପରୀକ୍ଷଣ ମଣିଷଙ୍କଠାରେ କରାଯିବ ବୋଲି ବାୟୋଟେକ୍ନୋଳୋଜି ବିଭାଗର ସଚିବ ରେଣୁ ସ୍ବରୂପ ସୂଚନା ଦେଇଛନ୍ତି। ଏହାର ପ୍ରଥମ ଦୁଇ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ବେଶ୍‌ ଉତ୍ସାହ ଜନକ ରହିଛି। ଏପ୍ରିଲ୍‌ ରୁ ମେ ମଧ୍ୟରେ ବ୍ରିଟେନ୍‌ର ୫ଟି ହସ୍ପିଟାଲରେ ୧୮ରୁ ୫୫ ବର୍ଷ ବୟସ୍କ ୧,୦୭୭ ଜଣଙ୍କଠାରେ ‘କୋଭି ଶିଲ୍ଡ’ ପ୍ରତିଷେଧକ ଟୀକାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ସଫଳ ରହିଥିବା ଜୁଲାଇ ୨୦ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share