ନୂଆଦିଲ୍ଲୀ,୨୩।୩: ,ଏପ୍ରିଲ୍ ୧ରୁ ଦେଶର ୪୫ ବର୍ଷ ବୟସ୍କ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ୍ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲୋକଙ୍କୁ କେବଳ ପଞ୍ଜିକରଣ କରିବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ସରକାରୀ ଅବା ଘରୋଇ ହସ୍ପିଟାଲରେ ସହଜରେ ଟିକାଦାନ କରାଯିବ।