ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଅଗଷ୍ଟ ୧୦ ପୂର୍ବରୁ ଏହା ସର୍ବସାଧାରଣ ବ୍ୟବହାର ପାଇଁ ମିଳିବ ବୋଲି କୁହାଯାଉଛି। ପୃଥିବୀର ବିଭିନ୍ନ ଦେଶରେ ୨୩ଟି ଟୀକାର ପରୀକ୍ଷା ଜାରି ରହିଥିବାବେଳେ ସେଥିମଧ୍ୟରୁ କିଛି ରୁଷ୍‌ର ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟୀକା ଅଗଷ୍ଟ ୧୦ ପୂର୍ବରୁ ମିିଳିବାର ଆଶା ରହିଛି। ଟୀକାକୁ ବଜାରରେ ଉପଲବ୍ଧ କରାଇବା ଲାଗି ଅନ୍ତର୍ଜାତୀୟସ୍ତରରେ ଚାପ ପଡୁଥିବାରୁ ଔଷଧ କମ୍ପାନୀଗୁଡ଼ିକ ଶୀଘ୍ର ଏହାକୁ ସର୍ବସାଧାରଣ ବ୍ୟବହାର ଲାଗି ପ୍ରୟାସ କରୁଛନ୍ତି।

Share