୨ ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୯।୧୧: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦାର ପୁନାଓ୍ବାଲା ଏସମ୍ପର୍କରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସରକାର କେତେ ପରିମାଣର ଟିକା କିଣିବେ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଠିକ୍‌ ଖବର ନ ଥିଲେ ବି ୨୯୨୧ ଜୁଲାଇ ସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୩୦୦ରୁ ୪୦୦ ନିୟୁତ ଟିକା କିଣାଯିବାର ଯୋଜନା ରହିଥିବା ସେ କହିଛନ୍ତି। ଅଗ୍ରାଧିକାର ଭିତ୍ତିରେ କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ ସେ ନେଇ ମଧ୍ୟ ରଣନୀତି ସରକାର ପ୍ରସ୍ତୁତ କରିଥିବା ସେ ପ୍ରକାଶ କରିଛନ୍ତି।

Share