ଆଉ ୨ ଦିନ ପରେ ଏଠାରେ ମିଳିବ କରୋନା ଟୀକା…

ନୂଆଦିଲ୍ଲୀ/ମସ୍କୋ, ୧୦।୮: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଆଉ ଦିନ ପରେ ଅଗଷ୍ଟ ୧୨ରେ କରୋନା ଟୀକା ଆସିବାକୁ ଯାଉଛି। ମଞ୍ଜୁରୀ ମିଳିବା ପରେ ଏହାକୁ ସାଧାରଣ ଲୋକଙ୍କୁ ଦିଆଯିବ। ପ୍ରଥମେ ରୁଷ୍‌ରେ ଏହାର ବ୍ୟାପକ ବ୍ୟବହାର ଜନସାଧାରଣଙ୍କଠାରେ କରାଯିବ। ରୁଷ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକାର ସମସ୍ତ କ୍ଲିନିକାଲ ଟ୍ରାଏଲ୍‌ ଶେଷ ହୋଇଛି। ଏହା ସଫଳ ରହିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଟୀକା ସଫଳ ରହିଥିବାର କୌଣସି ସାଇଣ୍ଟିଫିକ୍‌ ଡାଟା ରୁଷ୍‌ ଜାରି କରି ନାହିଁ। ଟୀକାକୁ ଦେଶରେ ମଞ୍ଜୁରୀ ମିଳିବା ପରେ ଏହା କରାଯିବାର ଆଶା ରହିଛି। ଅନ୍ତର୍ଜାତୀୟସ୍ତରରେ ରୁଷ୍‌ର ଟୀକା ନେଇ ସନ୍ଦେହ ଉପୁଜିଛି। ତେବେ ରୁଷ୍‌ ଟୀକାର ସଫଳତା ନେଇ ଆଶାବାଦୀ। ଦେଶରେ ଅକ୍ଟୋବରଠାରୁ ଜୋର୍‌ସୋର୍‌ରେ ଟୀକାକରଣ କାର୍ଯ୍ୟ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର କେଉଁ କେଉଁ ଅଞ୍ଚଳରେ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ତାହାର ଏକ ତାଲିକା ମଧ୍ୟ ପ୍ରକାଶ ପାଇଥିବା କୁହାଯାଉଛି।

Share