କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ସହରରେ…

ନୂଆଦିଲ୍ଲୀ, ୨୭।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୈଜ୍ଞାନିକ ଲାଗି ରହିଛନ୍ତି। ଏପରିସ୍ଥଳେ ଭାରତ ମଧ୍ୟ ପଛରେ ନାହିଁ। ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍‌ରେ ଜାରି ରହିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଏହା ପୂର୍ବରୁ ହୋଇଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ କରାଯାଇ ନ ଥିବାବେଳେ ଶେଷ ୨ ପର୍ଯ୍ୟାୟ ଭାରତରେ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ଙ୍କର ଅନୁମତି ଲୋଡ଼ାଯାଇଛି। ଏହା ପ୍ରଥମ ୨ ପର୍ଯ୍ୟାୟ ପରୀକ୍ଷଣ ସଫଳ ରହିଥିବା କୁହାଯାଉଛି। ଭାରତରେ ଅଗଷ୍ଟ ମଧ୍ୟ ଭାଗରୁ ହେବାର ଆଶା ରହିଛି। ପ୍ରଥମେ ପୁଣେ ଏବଂ ମୁମ୍ବାଇ ବାସୀଙ୍କଠାରେ ଏହି ଟୀକାର ପରୀକ୍ଷା କରାଯିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟର ସିିଇଓ ଅଦାର ପୁନଓ୍ବୋଲା କହିଛନ୍ତି। ପ୍ରାୟ ୪ରୁ ୫ ହଜାର ଲୋକଙ୍କଠାରେ ଏହାର ପରୀକ୍ଷା କରାଯିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ଅଧିକ ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share