ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇ କହିଛନ୍ତି,ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ଟିକା ଜରୁରୀ ଥିବା ପ୍ରତିଟି ଭାରତୀୟକୁ ଏହା ଦିଆଯିବ। ତେବେ ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ବୟସ୍କଙ୍କୁ ପ୍ରଥମେ ଟିକା ଦେବାର ଯୋଜନା କରାଯାଇଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ ଆଦି ୧ କୋଟି ଲୋକଙ୍କୁ ଟିକା ଦିଆଯିବ। ପୋଲିସ ଭଳି ୨ କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାଛଡ଼ା ୫୦ ବର୍ଷରୁ ଅଧିକ, ବହୁବିଧ ରୋଗାକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଟିକା ଆସିଲେ ଏମାନଙ୍କୁ ଏକ ସମୟରେ ଟିକା ଦିଆଯିବା ବ୍ୟବସ୍ଥା ହେବ। ଏଇିଯୋଗୁ ଟିକା ସଂରକ୍ଷଣ, ଟିକାକରଣ ଏବଂ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।