କରୋନା ଟୀକା ଏହି ମାସରେ ପହଞ୍ଚିବ ଲୋକଙ୍କ ପାଖରେ

ମସ୍କୋ, ୨।୮: ପୃଥିବୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ଦେଶର ବୈଜ୍ଞାନିକ କରୋନା ପ୍ରତିଷେଧକ ଟୀକାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ ରୁଷିଆ ଟୀକା ଟ୍ରାଏଲ୍‌ କ୍ଷେତ୍ରରେ ଆଗୁଆ ରହିଛି। ଏଠାରେ ଅଗଷ୍ଟ ୧୦ ସୁଦ୍ଧା କରୋନା ପ୍ରତିଷେଧକ ଟୀକାକୁ ଦେଶରେ ଲୋକଙ୍କ ଉପରେ ପ୍ରୟୋଗ କରିବା ଲାଗି ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଗେମଲିଆ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକାକୁ ମଞ୍ଜୁରୀ ମିଳିବା ପରେ ପ୍ରଥମେ ଡାକ୍ତର ଏବଂ ଶିକ୍ଷକଙ୍କୁ ଦିଆଯିବ। ଏହାପରେ ଅକ୍ଟୋବର ସୁଦ୍ଧା ଟୀକା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ରୁଷ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ମିଖାଇଲ୍‌ ସୁରାଶକୋ ସୂଚନା ଦେଇଛନ୍ତି। ପ୍ରଥମେ କରୋନା ଲଢ଼େଇରେ ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବା ପରେ ପର୍ଯ୍ୟାୟକ୍ରମେ ଏହା ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯିବାର ଯୋଜନା ଥିବା ସେ କହିଛନ୍ତି।

Share