କରୋନା ଟିକା କୌଣସି ଦଳର ନୁହେଁ, ଖୁସିରେ ନେବି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ନେଇ ବିବାଦୀୟ ବୟାନ ଦେଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । କରୋନା ଭ୍ୟାକ୍ସିନକୁ ସେ ମାନବତା ସହ ଯୋଡିଛନ୍ତି, ସେ କହିଛନ୍ତି ଯେବେ ଏହି ଟିକା ଆସିବ ମୁଁ ଖୁସିରେ ଏହାକୁ ନେବି । କାରଣ ଏହା କୌଣସି ରାଜନୈତିକ ଦଳର ନୁହେଁ ବୋଲି ସେ ସଫା ସଫା କହିଛନ୍ତି । ସୂଚନାଯୋଗ୍ୟ, ଶନିବାର କରୋନା ଭ୍ୟାକ୍ସିନର ଡ୍ରାଏ ରନ୍ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଏହା ଭାଜପାର ତେଣୁ ଏହା ଉପରେ ମୋର ଭରସା ନାହିଁ ଓ ମୁଁ ଏହି ଭ୍ୟାକ୍ସିନ ନେବି ନାହିଁ । ଏହା ଦେଖିବା ପରେ ଓମାର ଅବଦୁଲ୍ଲା ଟୁଇଟ୍ କରି କହିଥିଲେ କରୋନା ଟିକା କୌଣସି ରାଜନୈତିକ ଦଳ ସହ ସମ୍ପର୍କ ରଖେ ନାହିଁ । ମୁଁ ଆଉ କାହା କଥା କହିପାରିବି ନାହିଁ ହେଲେ ମୋ ପାଳି ଯେତେବେଳେ ଆସିବ ମୁଁ ସେତେବେଳେ ଖୁସିରେ ଏହି ଟିକା ନେବି ବୋଲି ସେ କହିଛନ୍ତି ।

Share