ଗଛ ଉପରେ ୧୧ ଦିନ ଆଇସୋଲେଶନ୍‌ରେ ରହିଲେ କରୋନା ଆକ୍ରାନ୍ତ…

ହାଇଦ୍ରାବାଦ୍‌,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ ଯୁବକ ଆଇସୋଲେଶନରେ ରହିବା ପାଇଁ ଘର ଅଭାବ ଯୋଗୁ ଗଛରେ ମଞ୍ଚା ବାନ୍ଧି ୧୧ ଦିନ ରହିଛନ୍ତି। ତାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ନାଲଗୋଣ୍ଡା ଜିଲାର କୋଥାନାନ୍ଦିକୋଣ୍ଡା ଗାଁରେ ବାସ କରୁଥିବା ଯୁବକ ଶିବ କରୋନାରେ ଆକ୍ରାନ୍ତ ହେବା ପରେ ପରିବାର ସଦସ୍ୟଙ୍କଠାରୁ ଦୂରତା ବଜାୟ ରଖିବା ଲାଗି ଏଭଳି କରିଥିଲେ। ମେ’ ୪ରେ ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କୁ ଆଇସୋଲେଶନ୍‌ରେ ରହିବାକୁ ଚିକିତ୍ସକ ପରାମର୍ଶ ଦେଇଥିଲେ। ମାତ୍ର ଗରିବ ଶିବଙ୍କର ଗୋଟିଏ ବଖରା ଘର ଥିବାରୁ ସେ ବାଡ଼ିରେ ଥିବା ଗଛରେ ମଞ୍ଚା ବାନ୍ଧି ଆଇସୋଲେଶନରେ ୧୧ ଦିନ ରହିଲେଣି। ସମ୍ପୂର୍ଣ୍ଣ ୧୪ ଦିନ ଆଇସୋଲେଶନ୍‌ ରହିବା ପରେ ସେ ଘରକୁ ଫେରିବେ ବୋଲି କହିଛନ୍ତି। ପରିବାର ସଦସ୍ୟ ଗଛତଳେ ଶିବଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପଦାର୍ଥ ଦୁଇବେଳା ରଖି ଦେଉଛନ୍ତି। ଶିବ ତଳୁ ଓହ୍ଲାଇ ଏହାକୁ ଖାଇବା ପରେ ପୁଣି ମଞ୍ଚାକୁ ଚଢୁଛନ୍ତି।

Share