କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ: ୮ ଲକ୍ଷ ଦେବା ପରେ ବି ମୃତଦେହ ମିଳିଲାନି…

ଲକ୍ଷ୍ନୌ,୩୧।୫: ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପୈଠ ନ କଲେ ମୃତଦେହ ହସ୍ତାନ୍ତର କରିବାକୁ ମନା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟ ୮ ଲକ୍ଷ ୮୫ ହଜାର ଟଙ୍କା ଦେବା ପରେ ବି ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ମୃତଦେହ ମିଳିନି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌର ଟେଣ୍ଡର ପାମ୍‌ ହସ୍ପିଟାଲରେ ଘଟିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଉନାଓ୍ବ ବାସିନ୍ଦା ଅନୀଲ କୁମାରଙ୍କ ସ୍ତ୍ରୀଙ୍କର ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ ପକ୍ଷରୁ ଲମ୍ବା ବିଲ୍‌ ଅନୀଲଙ୍କୁ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଅନୀଲ ୮ ଲକ୍ଷ ୮୫ ହଜାର ଟଙ୍କା ପୈଠ କରିସାରିଛନ୍ତି। ତେବେ ଅବଶିଷ୍ଟ ୧୦ ଲକ୍ଷ ୭୫ ହଜାର ଟଙ୍କା ଶୀଘ୍ର ପୈଠ ନ କଲେ ସ୍ତ୍ରୀଙ୍କର ମୃତ ଦେହ ମିଳିବନି ବୋଲି ହସ୍ପିଟାଲ ପକ୍ଷରୁ ରୋକ୍‌ଠୋକ୍‌ କୁହାଯାଇଛି। ଏନେଇ ଅନୀଲ ଡିଏମ୍‌ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share