କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ କାନ ଦ୍ୱାରା ମଧ୍ୟ ହେବାର ଆଶଙ୍କା ରହିଛି। ଫଳରେ ଏଣିକି କାନ ଘୋଡ଼ାଇବାର ଆବଶ୍ୟକତା ରହିଛି। ମେଡ଼ିକାଲ ଜର୍ନାଲ୍‌ ‘ଜାମା ଓଟୋଲାରିଙ୍ଗୋଲୋଜି: ହେଡ୍‌ ଆଣ୍ଡ୍‌ ନେକ ସର୍ଜରୀ’ରେ ଏସମ୍ପର୍କରେ ବିଶଦ ବିବରଣୀ ପ୍ରକାଶ ପାଇଛି। ରିପୋର୍ଟ ୩ ଜଣ ଆକ୍ରାନ୍ତଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ସେମାନଙ୍କର କାନ ପଛରେ ଥିବା ହାଡ଼ରେ କରୋନା ଭୂତାଣୁ ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୬୦ ବର୍ଷ ବୟସ୍କ ଜଣେ ପୁରୁଷ ଏବଂ ୮୦ ବର୍ଷ ବୟସ୍କା ମହିଳା ରହିଛନ୍ତି। ଜନ୍‌ ହପକିଂସ୍‌ ବିଶ୍ୱବିଦ୍ୟାଳୟର ମେଡ଼ିସିନ୍‌ ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ଅଧିକ ଗବେଷଣା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ। ମହିଳା ଆକ୍ରାନ୍ତଙ୍କ ଡାହାଣ ପଟ କାନରେ କରୋନା ଭୂତାଣୁ ମିଳିଥିଲା। ପୁରୁଷ ଆକ୍ରାନ୍ତଙ୍କ ଉଭୟ କାନରେ କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା। ସୁସ୍ଥ ହୋଇଥିବା କେତେକ ଆକ୍ରାନ୍ତଙ୍କର ଶ୍ରବଣ ଶକ୍ତି ହ୍ରାସ ପାଇଥିବା ଅଭିଯୋଗ ହୋଇଥିଲା। କାନର ଯାଞ୍ଚ୍‌ କରିବା ସମୟରେ ଏ ସମ୍ପର୍କରେ ଜଣାପଡ଼ିଥିବା ଗବେଷକ କହିଛନ୍ତି।

Share