ମସ୍କୋ,୬ ।୧୦: ସାରା ବିଶ୍ୱରେ ନିଜର କରୋନା ଭ୍ୟାକ୍ସିନକୁ ନେଇ ଚର୍ଚ୍ଚାରେ ଥିବା ରୁଷିଆ ପୁଣିଥରେ ଅଡୁଆରେ ପଡିଯାଇଛି । ଦେଶରେ ଅଚାନକ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦୋବାସୀଙ୍କ ଚିନ୍ତାକ୍ୁ ବଢାଇ ଦେଇଛି । ଲଗାତାର ଭାବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଉଛି । ସୋମବାର ସେଠାରେ ୧୦ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ଟ କରାଯାଇଥିବା ବଳେ ଏମାନଙ୍କ ମଧ୍ୟରୁ କେବଳ ୩,୫୩୭ ଜଣ ରାଜଧାନୀ ମସ୍କୋର ବୋଲି ଜଣାପଡିଛି । ମେ’ ମାସ ପରେ ଏହା ସର୍ବାଧିକ ସଂକ୍ରମଣ ସଂଖ୍ୟା ବୋଲି କୁହାଯାଉଛି । ଇତିମଧ୍ୟରେ ୧୧୭ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଏବେ ସେଠାରେ ମୋଟ ମୃତ୍ୟୁ ସଂଖ୍ୟା ୨୧,୪୭୫ ହୋଇଛି । ରୁଷିଆରେ କରୋନା ସଂକ୍ରମଣ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧,୨୨,୫,୮୮୯ରେ ପହଞ୍ଚିଥିବା କୁହାଯାଉଛି । ଏବେ ପୁଣିଥରେ କରୋନା ସଂକ୍ରମିତ ବୃଦ୍ଧି ପାଇଥିବାରୁ ଖୋଲା ଯାଇଥିବା ସ୍କୁଲକୁ ପୁଣିଥରେ ବନ୍ଦ କରି ଦିଆଯାଇଛି । ଶୁଣାଯାଇଛି ସେଠାକାର ଅଧିକାରୀମାନେ ପୁଣିଥରେ ଲକ୍ଡାଉନ କରିବା ପାଇଁ ଚିନ୍ତା କରୁଛନ୍ତି । ତେବେ ସେଠାରେ ସାମଜିକ ଦୂରତାକୁ ଖୁବ୍ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ ।