ପ୍ରଥମଥର ଲାଗି ଦେଶରେ କମୁଛି କରୋନା ସଂକ୍ରମିତଙ୍କ ମୃତ୍ୟୁହାର

ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ଭିତରେ କିନ୍ତୁ ଆସିଛି ଏକ ଖୁସି ଖବର। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଶନିବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁହାର ୨.୫ ପ୍ରତିଶତରୁ କମ୍‌ ରହିଛି। ଯଦିଓ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଗଲାଣି କିନ୍ତୁ ମୃତ୍ୟୁହାର କମ୍‌ ଥିବାରୁ ଏହା ସଂକ୍ରମିତଙ୍କ ପାଇଁ ଆଶାର ସଞ୍ଚାର କରୁଛି। ମନ୍ତ୍ରଣାଳୟ ରବିବାର ପ୍ରକାଶ କରିଛି ଯେ କରୋନାରେ ହେଉଥିବା ମୃତ୍ୟୁହାର ୨.୪୯ ପ୍ରତିଶତ ରେକର୍ଡ କରାଯାଇଛି। ଦେଶର ପାଖାପାଖି ୨୯ଟି ଅଞ୍ଚଳରେ ମୃତ୍ୟୁହାର ରାଷ୍ଟ୍ରୀୟ ମୃତ୍ୟୁହାରଠାରୁ କମ୍‌ ରହିଛି। ଏଥିମଧ୍ୟରୁ ୫ ରାଜ୍ୟରେ ମୃତ୍ୟୁ ହାର ଶୂନ୍ୟ କହିଲେ ଚଳେ। ୪ ରାଜ୍ୟରେ ୧ ପ୍ରତିଶତରୁ କମ୍‌ ମୃତ୍ୟୁହାର ରେକର୍ଡ କରାଯାଇଛି। ମନ୍ତ୍ରଣାଳୟ କହିଛି ରାଜ୍ୟ ସରକାର ସବୁଠାରୁ ଉତ୍ତମ ସେବା ଯୋଗାଇ ଦେବାକୁ ଚେଷ୍ଟା କରୁଥିବାରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର କମ୍‌ ହେବାରେ ଲାଗିଛି।

Share