Categories: ଜାତୀୟ

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଟିକା ଖୋଜିବା ପାଇଁ ସମଗ୍ର ବିଶ୍ୱ କାର୍ଯ୍ୟ କରୁଛି। ଏହାର ସନ୍ଧାନ ଭାରତରେ ମଧ୍ୟ ଚାଲିଛି। ମୁଁ ଭାବୁଛି ଆସନ୍ତା ବର୍ଷ ଏହି ଟିକା ଆସିବ। ଭାରତ ମଧ୍ୟ ନିରନ୍ତର ପ୍ରୟାସରେ ନିୟୋଜିତ ଏବଂ ଆମେ ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ ନୁହେଁ ବୋଲି ସେ କହିଛନ୍ତିି। ବିଶ୍ୱର ଅନ୍ୟମାନଙ୍କ ତୁଳନାରେ ଭାରତ କରୋନା ଉପରେ ଭଲ ପ୍ରଦର୍ଶନ କରିଛି। ଭାରତରେ ମୃତ୍ୟୁ ହାର ମଧ୍ୟ କମ ଅଛି। ଭାରତ ତୁଳନାରେ ଆମେରିକା, ବ୍ରାଜିଲ ଏବଂ ବ୍ରିଟେନରେ ମୃତ୍ୟୁ ହାର ଅଧିକ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Share