ଚିକେନ୍‌ରେ କରୋନା ଭୂତାଣୁ !

ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍‌ରୁ ଆସିଥିବା ଫ୍ରୋଜେନ୍‌ ଚିକେନ୍‌ରେ କରୋନା ଭୂତାଣୁ ଥିବା ଚାଇନା ଅଭିଯୋଗ ଆଣିଛି। ଜୁନ୍‌ରେ ଚାଇନା ବ୍ରାଜିଲ୍‌ ସମେତ ଅନ୍ୟ କିଛି ଦେଶରୁ ଚିକେନ୍‌ ଆମଦାନୀ କରିଥିଲା। ଚାଇନାର ଡିଜିଜ୍‌ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ପରୀକ୍ଷା କରାଯିବା ପରେ ଏସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ବ୍ରାଜିଲ୍‌ରୁ ଆସିଥିବା ଚିକେନ୍‌ ନମୁନାର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଚାଇନା କହିଛି। ଓ୍ବେଟ୍‌ ବଜାରରେ ସତର୍କତା ଅବଲମ୍ବନ କରିବାକୁ ଚାଇନା ସରକାର ପରାମର୍ଶ ଦେଇଛନ୍ତି। ଉହାନରେ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ରିପୋର୍ଟ ଉପରେ ବ୍ରାଜିଲ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଗୁରୁବାର ବ୍ରାଜିଲ୍‌ରୁ ଚାଇନା ଆସିଥିବା ଚିକେନ ଏବଂ ଅନ୍ୟ ଖାଦ୍ୟ ପଦାର୍ଥର ନମୁନା ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିବା ଡିଜିଜ୍‌ କଣ୍ଟ୍ରୋଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।

Share