ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଯାହା କରୋନା ମହାମାରୀ ଦିନଠାରୁ ଦେଶର ସବୁଠାରୁ ଦ୍ରୁତ ସଂକ୍ରମଣ। ଅନ୍ୟ ପଟେ, ଡବ୍ଲୁଏଚ୍ଓ ବିଶ୍ୱକୁ ଚେତାବନୀ ଦେଇଛି ଯେ ଡେଲଟା ଏବଂ ଓମିକ୍ରନ ଭାରିଏଣ୍ଟଗୁଡିକ ମିଶ୍ରଣ କରି ଏକ ନୂତନ ପ୍ରକାର ଚତୁର୍ଥ ଲହର ଆଣିପାରେ।
ନୂତନ କରୋନା ଲହର ଯୋଗୁ ଚାଇନାର ୧୦ଟି ସହରରେ ଏକ ଲକଡାଉନ ଲାଗୁ କରାଯାଇଛି। ୩ କୋଟିରୁ ଅଧିକ ଲୋକ ପୁଣି ଥରେ ନିଜ ଘରେ ଅଛନ୍ତି। ନୂତନ ଲହର ଦ୍ୱାରା ଜିଲିନ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି। କରୋନା ମାମଲାରେ ବୃଦ୍ଧି ହେତୁ ଅତି କମରେ ୧୦ଟି ସହର ଏବଂ ଜିଲା ତାଲା ପଡିଛି। ଏଥିମଧ୍ୟରେ ସ୍କେଙ୍ଗେନର ଟେକ ହବ ସାମିଲ। ଏଠାରେ ୧.୭୦ ନିୟୁତ ଲୋକ ବାସ କରନ୍ତି। ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନଏଚସି) ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ଦିନିକିଆ ବୃଦ୍ଧି। ଜିଲିନ ପ୍ରଦେଶରେ ସର୍ବାଧିକ ୩୦୦୦ ନୂତନ ସଂକ୍ରମିତ ହୋଇଥିବା ଜଣାପଡିଛି ।