Advertisement

୭ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ,୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଅର୍ଥାତ୍‌ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇଛି। ଏହାପୂର୍ବରୁ ଜୁନ୍‌ ୬ରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଆସିଥିଲେ। ଡିସେମ୍ବର ୨୮ରେ କେବଳ ଛଅ ହଜାର ମାମଲା ଚିହ୍ନଟ ହୋଇଥିଲା। ଏହା ସହିତ ମୁମ୍ବାଇ ଏବଂ ଦିଲ୍ଲୀ ପରେ ଏବେ ୟୁପିରେ ସଂକ୍ରମଣର ଗତି ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦ରୁ ଅଧିକ ରୋଗୀ ଏଠାକୁ ଆସିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share