ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ୍‌ ମାମଲା: ଶୀଘ୍ର ତଦନ୍ତ ପାଇଁ କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୪।୩ : କରୋନା ଭାଇରସ ବିଷୟରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍‌ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। ଏହାକୁ ନେଇ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁହଁ ଖୋଲିଛି। ସଂଗଠନ କହିଛି ଯେ, ଏହି ମାମଲାର ଶୀଘ୍ର ତଦନ୍ତ କରାଯିବ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଯଦି କୌଣସି ଦେଶରେ ମହାମାରୀର ଉତ୍ପତ୍ତି ସମ୍ପର୍କରେ ସୂଚନା ଥାଏ, ତେବେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟ ସହ ବାଣ୍ଟିବା ଆବଶ୍ୟକ।

ସେ କହିଛନ୍ତି, ଏହା ଦୋଷ ଦେବା ନୁହେଁ, ବରଂ ଏହି ମହାମାରୀ କିପରି ଆରମ୍ଭ ହେଲା ସେ ସମ୍ବନ୍ଧରେ ଆମର ବୁଝାମଣାକୁ ଆଗକୁ ବଢ଼ାଇବା ଯାହା ଦ୍ୱାରା ଆମେ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତି କରିବା ଏବଂ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବା।

ସେ ଗଣମାଧ୍ୟମକୁ କହିଛନ୍ତି, କୋଭିଡ -୧୯ ମହାମାରୀର ଉତ୍ପତ୍ତି ଚିହ୍ନଟ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉଦ୍ୟମ ଜାରି ରଖିଛି।

ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ୱାସ କରେ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, ’ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା।’ କରୋନାଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି। ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି। ଖ୍ରୀଷ୍ଟୋଫରଙ୍କ ବିବୃତ୍ତିର ଗୋଟିଏ ଦିନ ପୂର୍ବରୁ ଚାଇନାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଚାଇବା କରୋନାଭାଇରସ ବିଷୟରେ ଅଧିକ ସଚ୍ଚୋଟ ହେବାକୁ କହିଥିଲେ। ଚାଇନା ମହାମାରୀର ଉତ୍ସ ଜାଣିବା ପାଇଁ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଏହା ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟଜନକ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରାଯାଇଥିଲା।

ଏଠାରୁ ଏହା ପଶୁମାନଙ୍କ ନିକଟରେ ପହଞ୍ଚିଲା ଏବଂ ପରେ ପଶୁମାନଙ୍କଠାରୁ ମଣିଷକୁ ଆସିଥିଲା। ଉହାନରେ ବିଶ୍ୱର ଅଗ୍ରଣୀ ଭାଇରସ ଲାବୋରେଟୋରୀ ହେଉଛି ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି। କରୋନାଭାଇରସ ସମ୍ବନ୍ଧରେ ଏହିଠାରେ ଅନୁସନ୍ଧାନ ଚାଲିଥିଲା। ଏହାଠାରୁ ମାତ୍ର ୪୦ ମିନିଟ ଦୂରରେ ଏକ ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ବଜାର ଅଛି। ଭୂତାଣୁ ଲିକ ହେବା ପରେ ଏହା ଏହି ବଜାର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

ଛଟପଟ ହେଉଛି ପାକିସ୍ତାନ, ହେଲେ ଏହି ମୁସଲିମ ଦେଶକୁ ମିଳିଲା BRICSରେ ଏଣ୍ଟ୍ରି

ଇସଲାମାବାଦ,୭।୧: ୨୦୦୯ରେ ଆରମ୍ଭ ହୋଇଥିବା ବ୍ରିକ୍ସ ସଦସ୍ୟ ଦେଶଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱର ବୃହତ୍ତମ ମୁସଲମାନ ଦେଶ ଇଣ୍ଡୋନେସିଆ ଏଥିରେ...

ନେପାଳରେ ଭୟଙ୍କର ଭୂକମ୍ପ: କୋଠା ଭୁଶୁଡ଼ି ୫୩ ମୃତ, ୩୫ ଆହତ

କାଠମାଣ୍ଡୁ,୭।୧: ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି।...

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା

ଓ୍ବାଶିଂଟନ,୭।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନ୍ୟୁୟର୍କ କୋର୍ଟରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ଜଜ ଟଙ୍କା...

ଅନିତା ଆନନ୍ଦ କିଏ, ଯିଏ ହେବେ କାନାଡାର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଭାରତ ସହ ରହିଛି ସମ୍ପର୍କ

ଓଟାଓ୍ବା,୭।୧: ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର (ଜାନୁଆରୀ ୬) ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ଏହି କାରଣରୁ...

ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର...

ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ...

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri