Categories: ଜାତୀୟ

ଗୋଟିଏ ଜୁଇରେ ଜଳିଲେ ୮ ଲୋକ

ପୁଣେ,୭।୪: ମହାରାଷ୍ଟ୍ରର ବିଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ୮ ଜଣ ଲୋକଙ୍କୁ ଗୋଟିଏ ସମାଧିସ୍ଥଳରେ ପୋଡି ଦିଆଯାଇଥିଲା। ବିଡ ଜିଲାର ଅମ୍ବାଜୋଗାଇ ତହସିଲରେ ଏହି ଘଟଣା ସାମ୍ନାକୁ ଆସିଛି। ପରେ ପ୍ରଶାସନ ପ୍ରତି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ମୃତକଙ୍କ ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ବିଡର ଅମ୍ବାଜୋଗାଇ ଏବେ କରୋନା ହଟସ୍ପଟ। ମଙ୍ଗଳବାର ସହର କ୍ୟାମ୍ପସରେ ୧୬୧ ଜଣ ସାଧାରଣ ନାଗରିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମୋଟ ଆଠ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଏଠାରେ ସ୍ବାମୀ ରମାନନ୍ଦ ତିର୍ଥ ହସ୍ପିଟାଲରେ ୭ ଜଣ ଏବଂ ଲୋଖଣ୍ଡି କୋଭିଡ କେୟାର ସେଣ୍ଟରରେ ଜଣେ। ମ୍ୟୁନିସିପାଲିଟି କର୍ପୋରେସନ ମାଣ୍ଡୱା ରୋଡରେ ଥିବା ଶ୍ମଶାନ ଘାଟରେ ଥିବା ସମସ୍ତ ୮ ଜଣଙ୍କ ସହିତ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ କରିଦେଇଥିଲେ। ସମସ୍ତ ମୃତକଙ୍କୁ ୬୦ ବର୍ଷରୁ ଅଧିକ ବୟସ ହୋଇଥିବା କୁହାଯାଉଛି। ଶବଦାହ ଫଟୋ ଭାଇରାଲ ହେବା ମାତ୍ରେ ଜିଲା ପ୍ରଶାସନ ବିରୋଧରେ ଲୋକେ ମତ ଦେଉଛନ୍ତି।

Share