ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…

ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ଜାଣିଶୁଣି ଲାବ୍‌ରେ କରୋନା ଭୂତାଣୁ ତିଆରି କରିଥିବା ଆମେରିକା ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି। ଏବେ ଆମେରିକାକୁ ଚାଇନା ବିରୋଧ କରିବା ଆରମ୍ଭ କରିଛି। ଚାଇନା କହିଛି ଯେ, କରୋନା ମହାମାରୀ ଭୂାଣୁର ଉତ୍ପତ୍ତି ଆମେରିକାରେ ହୋଇଛି। ଚାଇନାର ମହାମାରୀ ବିଜ୍ଞାନୀ ତଥା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ୍‌ର ମୁଖ୍ୟ ଜେଙ୍ଗୁ ଗୁଆଙ୍ଗ୍‌ କହିଛନ୍ତି ଯେ, ଚାଇନାରେ କରୋନା ସଂକ୍ରମଣର ପ୍ରଥମ ଘଟଣା ଚିହ୍ନଟ ହେବାର ସପ୍ତାହେ ପୂର୍ବରୁ ଡିସେମ୍ବର ପ୍ରଥମ ଭାଗରେ ଆମେରିକାର ୭ଟି ରାଜ୍ୟରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୯ ଡିସେମ୍ବର ପ୍ରଥମ ଭାଗରେ ଆମେରିକାରେ ଏଭଳି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସେ ଦାବି କରିଛନ୍ତି। ଏନେଇ ଆମେରିକାକୁ ପଚରାଉଚରା କରାଯିବା ଆବଶ୍ୟକ ବୋଲି ଗୁଆଙ୍ଗ୍‌ କହିଛନ୍ତି। ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଜାରି ରହିଥିବା କାଦୁଅ ଫିଙ୍ଗାରୁ ଶୀତଳ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।

Share