କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଡ. ମାଇକେଲ ରୟାନ ସୂଚନା ଦେଇଛନ୍ତି। ବିଶେଷଜ୍ଞ ଦଳ ଚାଇନାର ଉହାନ୍‌ରେ କରୋନା ମହାମାରୀର ସୃଷ୍ଟି ହୋଇଥିବା ସନ୍ଦିଗ୍ଧସ୍ଥଳ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଏନେଇ ଚାଇନା ଅଧିକାରୀଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। କରୋନା ପ୍ରତିଷେଧକ ଟିକା ନେଇ ରୟାନ କହିଛନ୍ତି ଯେ, ଏଥି ପାଇଁ ସଭିଏଁ ଖୁସି। ତେବେ ଆସନ୍ତା ୩-୪ ମାସ ସମଗ୍ର ମାନବ ସମାଜ ଲାଗି ସଙ୍କଟ ଜନକ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।

Share