ହାଇଦ୍ରାବାଦ୍, ୩।୧୦: ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୭ ଲକ୍ଷରୁ ଅଧିକ ରହିଛି। ସ୍ଥାନୀୟ ଗୁଣ୍ଟୁର ଜିଲାରେ ଜଣେ କରୋନା ପଜିଟିଭ୍ ଶିକ୍ଷକଙ୍କଠାରୁ ୧୪ ଜଣ ଛାତ୍ରୀଛାତ୍ର ସଂକ୍ରମିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଶିକ୍ଷକଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ। ସମସ୍ତ ଛାତ୍ରୀଛାତ୍ରଙ୍କ ବୟସ ୮ରୁ ୧୨ ବର୍ଷ ମଧ୍ୟରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେତେକ ଛାତ୍ରୀଛାତ୍ରଙ୍କ ପରିବାର ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଭାତଲୁରୁ ଗାଁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସେଶୁ କୁମାର କହିଛନ୍ତି। ଇତିମଧ୍ୟରେ ଗାଁର ୨୫୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୯ ଜଣଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ସେ ପ୍ରକାଶ କରିଛନ୍ତି।