୧୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ଭୂତାଣୁ: ଫାଇଜର-ବାୟୋଏନ୍‌ଟେକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଏବେ ଏନେଇ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନ୍‌ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଫାଇଜର-ବାୟୋଏନ୍‌ଟେକ ଦ୍ୱାରା ପ୍ରସ୍ତୁତ ଟିକାଦାନ ଜାରି ରହିଛି। ତେବେ ଆମେରିକାର ଫାଇଜର କମ୍ପାନୀ ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ଜର୍ମାନୀର ବାୟୋଏନ୍‌ଟେକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ଶାହିନ୍‌ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଆମ ସହିତ କରୋନା ଭୂତାଣୁ ରହିବ। ତେଣୁ ନିକଟ ଭବିଷ୍ୟତରେ କରୋନାର ବଡ଼ ଧରଣର ସଂକ୍ରମଣ ପୁଣି ହେବାର ଆଶଙ୍କା ରହିଛି। ଏହି ଭୂତାଣୁ ଲୋପ ପାଇବାକୁ ଦୀର୍ଘଦିନ ଲାଗିବ ବୋଲି ସେ କହିଛନ୍ତି। ଏହାପରେ ପୃଥିବୀ ସ୍ବାଭାବିକ ହେବାର ସମ୍ଭାବନା ରହିଛି। ପୃଥିବୀର ୬୦ରୁ ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଗଲେ ପୁଣିଥରେ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିବ ବୋଲି ସେ କହିଛନ୍ତି।

Share