ଲଣ୍ଡନ,୪ ।୧୧: କରୋନା ଯୁଦ୍ଧରେ ଲଢିବାକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ବ୍ରିଟେନରେ କରୋନାର ଚିକିତ୍ସା ପାଇଁ ‘ମର୍କ’ ବଟିକାକୁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ବ୍ରିଟେନରେ କୋଭିଡ-୧୯ର ସଫଳ ଚିକିତ୍ସାରେ ବ୍ୟବହାର ହେବା ଭଳି ବିଶ୍ୱର ପ୍ରଥମ ଆଣ୍ଟିଭାଇରାଲ ଗୋଲିକୁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି । ବ୍ରିଟେନ ପ୍ରଥମ ଦେଶ ଯିଏ ଏଭଳି ଔଷଧକୁ ଚିକିତ୍ସା ପାଇଁ ଠିକ୍ ବୋଲି ଭାବିଛି । ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ଏହି ଔଷଧ କେତେ ଶୀଘ୍ର ମିଳିବ । ୧୮ ବର୍ଷରୁ ଅଧିକ ବୟସର କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବ । ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ଅଧିକ ରହିଥିବ ସେମାନଙ୍କୁ ଏହା ଦିଆଯିବ । ଏହି ଔଷଧର ନାଁ ରହିଛି ‘ମୋଲନୁପିରାଭିର’ ।