CORONAVIRUS UPDATE: ଜଗତସିଂହପୁର ଛୁଇଁଲା କରୋନା; ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ମିଳିଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୨, ୩୦, ୪୭ ରହିଛି। ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫେରିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତେବେ ନମୁନା ଯାଞ୍ଚ ପରେ ବୁଧବାର ସେମାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୬୦ ବର୍ଷ ବୃଦ୍ଧ ବୋଲି ସୂଚନା ରହିଛି। ନିକଟରେ ସେ କୋଲକତାରୁ ଫେରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ

ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri