CORONAVIRUS UPDATE: ଜଗତସିଂହପୁର ଛୁଇଁଲା କରୋନା; ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ମିଳିଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୨, ୩୦, ୪୭ ରହିଛି। ଏମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫେରିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତେବେ ନମୁନା ଯାଞ୍ଚ ପରେ ବୁଧବାର ସେମାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। ସେହିପରି କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୬୦ ବର୍ଷ ବୃଦ୍ଧ ବୋଲି ସୂଚନା ରହିଛି। ନିକଟରେ ସେ କୋଲକତାରୁ ଫେରିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍‌ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ…

ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍‌କେ) ଓ ମୋ ସେବା...

ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି

ବାଲିକୁଦା,୫ା୯(ତାପସ ସ୍ବାଇଁ):ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ବାଇଁ ବୁଧବାର ଆପତ୍ତି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସରକାର ଆରମ୍ଭ...

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ସରପଞ୍ଚ

କୁଜଙ୍ଗ, ୪।୯(ମନୋଜ ପ୍ରଧାନ): ପାରାଦୀପ ଗଡପଞ୍ଚାୟତର ମୋ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ...

ଟ୍ରାକ୍‌ରୁ ଖସିଲା ମାଲ୍‌ବାହୀ ଟ୍ରେନ୍‌, ଦୁଇ ବଗି ଭାଙ୍ଗିଲା

ପାରାଦୀପ,୨ା୯(ଶରତ ରାଉତ): ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଗୋଟିଏ...

ପାରାଦ୍ୱୀପରେ ହଟଚମଟ: ଚାଇନା ଜାହାଜରୁ ଧରାପଡିଲେ ୩ ଘାନା ନାଗରିକ

ପାରାଦ୍ୱୀପ,୩୧।୮(ଶରତ ରାଉତ): ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି...

୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଜଗତସିଂହପୁର,୨୮।୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ...

ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

ପାରାଦୀପ,୨୭।୮(ଶରତ ରାଉତ): ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ...

ଅଳକା ଖନନ ଠିକ୍‌ ଭାବେ ହୋଇ ପାରିନାହିଁ: ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୨୩ା୮(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଏକଦା ଲାଇଫଲାଇନ୍‌ କୁହାଯାଉଥିବା ଅଳକା ନଦୀ ଆଜି ମୃତପ୍ରାୟ। ଏହି ନଦୀର ଅନେକ ସ୍ଥାନ ଜବରଦଖଲରେ ଅଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri