କରୋନା ପାଇଁ ଇଞ୍ଜେକଶନ ନୁହେଁ ବରଂ ଭଲ କାମ କରିବ ନାଜାଲ ସ୍ପ୍ରେ!

ଲଣ୍ଡନ,୧।୯: କରୋନା ଭାଇରସକୁ ଦୂରେଇବାକୁ ଏବେ ବିଭିନ୍ନ ଦେଶରେ ଶହ ଶହ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଶେଷଜ୍ଞମାନେ। ହେଲେ କରୋନା ଭ୍ୟାକ୍ସିନ କେମିତି ହୋଇଥିବ କେମିତି ଶରୀରରେ କାମ କରିବ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇ ନାହିଁ। ହେଲେ ଏବେ କେତେଜଣ ଭ୍ୟାକ୍ସିନ ବିଶେଷଜ୍ଞ କହିଛନ୍ତି, କରୋନା ଟିକା ଇଞ୍ଜେକଶନ ଅପେକ୍ଷା ନାଜାଲ ସ୍ପ୍ରେ ବା ନାକବାଟେ ଦେଲେ ଏହା ଭଲ କାମ କରିବ। ବର୍ମିହାମର ଅଲବାମା ୟୁନିଭର୍ସିଟିର ଇମ୍ୟୁନୋଲୋଜିଷ୍ଟ ତଥା ଭ୍ୟାକ୍ସିନ ଡେଭଲପର ଫ୍ରାନ୍ସିସଙ୍କ ମତରେ ଟିକା ସାଧାରଣତଃ ହାତର ବାହାର ଭାଗରେ ଦିଆଯାଇଥାଏ। ତେଣୁ ମାଂସପେଶୀରେ ଇଞ୍ଜେକଶନର ଭଲ ରେସପନ୍ସ ରହିଥାଏ। ସେଥିପାଇଁ ପ୍ରାୟ ସମସ୍ତ ଭ୍ୟାକ୍ସିନକୁ ଇଞ୍ଜେକଶନ ଆକାରରେ ଦିଆଯାଇଥାଏ। ଏହାଦ୍ୱାରା ସିଷ୍ଟୋମେଟିକ୍‌ ରେସପନ୍ସ ମିଳିଥାଏ ହେଲେ ଲୋକାଲ ରେପ୍ସନ ମିଳି ନ ଥାଏ ବୋଲି ସେ କହିଛନ୍ତି। ଜେନେଟିକ ଆଣ୍ଟିବଡିଜ ଯାହା ଶରୀରର ବିଭିନ୍ନ ଅଂଶରେ ରକ୍ତଦ୍ୱାରା ପହଞ୍ଚିଥାଏ ତାକୁ ସିଷ୍ଟୋମ୍ୟାଟିକ ରେସପନ୍ସ କୁହାଯାଏ। ହେଲେ କରୋନା ଭାଇରସର ଆରମ୍ଭ ନାକ ଓ ଗଳାରେ ହେଉଥିବାରୁ ଇନଫେକ୍ସନ ଇମ୍ୟୁନିଟିକୁ ପ୍ରଭାବିତ କରିବା ପୂର୍ବରୁ ଏହା ନାକ ଓ ଗଳାରେ ରହିଥାଏ। ତେଣ ମାଂସପେଶୀରେ ଇଞ୍ଜେକଶନ ଦ୍ୱାରା ଦିଆଯାଉଥିବା ଭ୍ୟାକ୍ସିନ ଲମ୍ବା ସମୟ ପାଇଁ ପ୍ରୋଟେକ୍ସନ ଦେଇଥାଏ। କିନ୍ତୁ ନାକ ଓ ଗଳାରେ ଔଷଧ ନ ଯିବା ଫଳରେ ଇନଫେକଶନ ହେବାର ଭୟ ରହିଥାଏ। ନାକରେ ସିଧାସଳଖ ଭ୍ୟାକ୍ସିନ ଗଲେ ଏହା ଭିନ୍ନ ପ୍ରକାରର ଇମ୍ୟୁନିଟି ବଢାଇଥାଏ ବୋଲି ପ୍ରାନ୍ସିସ କହିଛନ୍ତି।

Share