ହୁଆନ ଅନୁସନ୍ଧାନକାରୀଙ୍କ ଖୁଲାସା, କୋରନାକୁ ଜୈବିକ ଅସ୍ତ୍ର ଭାବେ ବ୍ୟକହାର କରିଛି ଚାଇନା

ବେଜିଙ୍ଗ,୨୯।୬:କୋଭିଡ ଭୂତାଣୁ ନିଜେ ସୃଷ୍ଟି କରିଥିବା ବିଷୟରେ ଚାଇନା ସବୁବେଳେ ପ୍ରସଙ୍ଗକୁ ଏଡାଉଥିଲେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହୋଇଛି। ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଚାଇନାର ଅନୁସନ୍ଧାନକାରୀ ଦାବି କରିଛନ୍ତି ଯେ, ଚାଇନା କରୋନା ଜୀବାଣୁକୁ ନିଜ ଲ୍ୟାବ୍‌ରେ ଜୈବିକ ଅସ୍ତ୍ର ଭାବରେ ବିକଶିତ କରିଛି। ଇଣ୍ଟରନ୍ୟାଶନାଲ ପ୍ରେସ୍‌ ଆସୋସିଏସନର ଏକ ସାକ୍ଷାତକାରରେ ଚାଇନାର ଗବେଷକ ଚାଓ ଶାଓ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଏବଂ ତାଙ୍କ ସହକର୍ମୀଙ୍କୁ ଚାରୋଟି ଷ୍ଟ୍ରେନ ଦିଆଯାଇଥିଲା। ତନ୍ମଧ୍ୟରୁ କେଉଁଟି ଅଧିକ ପ୍ରଭାବଶାଳୀ ସେ ବିଷୟରେ ନିର୍ଣ୍ଣୟ ନେବାକୁ କୁହାଯାଇଥିଲା। ଇଣ୍ଟରନ୍ୟାଶନାଲ ପ୍ରେସ୍‌ ଆସୋସିଏସନର ସଦସ୍ୟ ଜେନିଫର ଜଙ୍ଗ ଚାଓ ଶାଓଙ୍କ ସହ ଏହି ସାକ୍ଷାତକାର ନେଇଥିଲେ।
ଇଣ୍ଟରନ୍ୟାଶନାଲ ପ୍ରେସ୍‌ ଆସୋସିଏସନ ଚାଇନାର କମ୍ୟୁନିଷ୍ଟ ପାର୍ଟି ଏବଂ ଆନ୍ତରୀଣ ମାମଲାରରେ ବିଶେଷ ନଜର ରଖିଥାଏ।

Share