କରୋନାର ନୂଆ ଲହରକୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୧୬ ।୭: ସାରା ବିଶ୍ୱରେ ପୁଣିଥରେ କରୋନା ମହାମାରୀ ତା’ର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଯେତେବେଳେ ସ୍ଥିତି ଆୟତ୍ତରେ ଥିଲା ଏବେ କିନ୍ତୁ ଏହା ଅଣାୟତ୍ତ ହେବାକୁ ଯାଉଛି । କେବଳ ସଂକ୍ରମିତ ନୁହେଁ ମୃତକଙ୍କକ ସଂଖ୍ୟା ବି ବଢିବାରେ ଲାଗିଛି । ଏହି ବଦଳୁଥିବା ଟେଣ୍ଡକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ଜାରି କରିଛି । ନୂଆ ଲହରକୁ ନେଇ ଡବ୍ଳୁଏଚଓ ଚେତାବନୀ ଜାରି କରିଛି ।
ଡବ୍ଳୁଏଚଓର ଚିଫ ସାଇଣ୍ଟିଷ୍ଟ ସୌମ୍ୟା ସ୍ୱାମିନାଥନ କହିଛନ୍ତି, ଏବେ କରୋନାର ନୂଆ ଲହର ପାଇଁ ପ୍ରସ୍ତୂତ ରହିବା ଦରକାର । ଯହାବି ନୂଆ ଭାରିଏଣ୍ଟ ଆସୁଛି ସବୁର ରୂପ ଭିନ୍ନ ଭିନ୍ନ ରହିଛି । ଏହା ଦ୍ରୁତ ଗତିରେ ପ୍ରସାର ଲାଭ କରୁଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢିବ ତେବେ ମୃତକଙ୍କ ସଂଖ୍ୟା ବି ବଢିବ ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବି ବଢିବ । ଏହି ବଦଳୁଥିବା ସ୍ଥିତିକୁ ନେଇ ସବୁ ଦେଶ ନିଜ ନିକଟରେ ଏକ ଆକ୍ସନ ପ୍ଲାନ ପସ୍ତୁତ ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ୱାର୍ଲ ବ୍ୟାଙ୍କର ଆଡଭାଇଜର ଫିଲିପ ସେଲକେନ୍ସଙ୍କ ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଏହି ଟୁଇଟ କରିଛନ୍ତି । ଫିଲିପ କହିଥିଲେ ଯେ ବିଶ୍ୱରେ କରୋନାର ସ୍ଥିତି ପୁଣି ବଦଳିଯାଇଛି । ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ପୁଣିଥରେ ବିଗିଡିଯିବା ଲକ୍ଷ୍ୟ କରାଯାଉଛି । ଫିଲିପଙ୍କ ଏହି ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଚେତାବନୀ ଜାରି କରିଛନ୍ତି ।

Share