ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ ହେବାରେ ଲାଗିଛନ୍ତିି। ଫଳରେ ସ୍ଥାନୀୟ ଲୋକେ ସତର୍କ ହେବାରେ ଳାଗିଛନ୍ତି। ତେବେ ଦେଶରେ ହସ୍ପିଟାଲରେ ଭର୍ତ୍ତି ହେବା, ସଂଖ୍ୟା ପୂର୍ବ ଲହର ତୁଳନାରେ ବର୍ତ୍ତମାନ କମ ଅଛି। କିନ୍ତୁ ମାମଲା ବଢ଼ିବାରେ ଲାଗିଛି।
ଏକ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ଅଧିକାରୀମାନେ ଅନୁଭବ କରୁଛନ୍ତି ଆଗାମୀ ଟିକା ଏହି ନୂତନ ପ୍ରକାରରୁ ମଧ୍ୟ ସୁରକ୍ଷା ଯୋଗାଇବ।
ଇଜି.୫ ଭାରିଆଣ୍ଟ ବର୍ତ୍ତମାନ ଆମେରିକାରେ ସବୁଠାରୁ ଅଧିକ ପ୍ରଭାବଶାଳୀ ହେବାରେ ଲାଗିଛି। ଅଗଷ୍ଟ ୧୮ ରେ, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ୨୦.୬ ପ୍ରତିଶତ ନୂତନ ସଂକ୍ରମଣ ପାଇଁ ଇଜି.୫ ଦାୟୀ ବୋଲି ଆକଳନ କରିଥିଲା।
ଆମେରିକାର ସବୁଠାରୁ ପ୍ରାଧାନ୍ୟ ଷ୍ଟ୍ରେନ ଭାବରେ ଏଫଏଲ.୧.୫.୧ ଭାରିଆଣ୍ଟ ହେଉଛି ଦ୍ୱିତୀୟ ସଂକ୍ରମଣକାରୀ। ସିଡିସି ଅନୁଯାୟୀ, ଦେଶର ନୂତନ ସଂକ୍ରମଣର ୧୩.୩ ପ୍ରତିଶତ ପାଇଁ ଏହା ଦାୟୀ।
ଉଲ୍ଲେଖଯୋଗ୍ୟ, ଏକବିବି ଭାରିଆଣ୍ଟର ଉଭୟ ଇଜି.୫ ଏବଂ ଏପଏଳ.୧.୫.୧ ସବଭାରିଆଣ୍ଟ। ଏହା ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ବିସ୍ତାର କରୁଥିବା ବିଶେଷଜ୍ଞ କହିଛନ୍ତି।