ପଶ୍ଚିମବଙ୍ଗରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା,୨୯ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି ଆସିଥିବା ବେଳେ ଏବେ ତୃତୀୟ ଲହରର ଚିନ୍ତା ସମସ୍ତଙ୍କୁ ଘାରିଛି । କାରଣ ବିଷେଶଜ୍ଞଙ୍କ ମତରେ ଏଥର ଆମକୁ ଆଗ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡିବ । ଏହି ତୃତୀୟ ଲହରକୁ ଦେଖି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କଟକଣାକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିରେ କିଛିଟା ଢିଲା ଦିଆଯାଇଥିବା ବେଳେ ସରକାରୀ କାର୍ଯ୍ୟକ୍ରମ ଇନଡୋରରେ ୫୦ ପ୍ରତିଶତ କ୍ଷମତାକୁ ନେଇ କରାଯାଇ ପାରିବ ବୋଲି ସରକାର କହିଛନ୍ତି । ସେହିପରି, ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସାକୁ ୫୦ ପ୍ରତିଶତ ଯାତ୍ରୀରେ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି । ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୮୧୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Share