କରୋନା ସଂକ୍ରମଣ କେବେ କମିବ କହି ହେବନି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି । ସଂକ୍ରମଣ ରୋକିବାକୁ କଟକଣା ଜାରି କରାଯାଇଛି । ବର୍ତ୍ତମାନ ସଂକ୍ରମଣ ଆକଳନ କରିବା କଷ୍ଟକର । କେବଳ ଜାନୁୟାରୀ ମାସର ୮ ଦିନରେ ୧୫ ହଜାର ୬୧୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଗତକାଲି ତୁଳନାରେ ଆଜି ୧୦୩୫ ମାମଲା ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଜାନୁୟାରୀ ଶେଷ ସୁଦ୍ଧା କରୋନା ପିକ୍‌ ଛୁଇଁବ ବୋଲି ସେ କରିଛନ୍ତି । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି । ଅଧିକ ହସ୍ପିଟାଲ ବେଡ ଆବଶ୍ୟକତା ପଡୁନାହିଁ। ରାଜ୍ୟରେ କେସ ଲୋଡ ଏବଂ ହସ୍ପିଟାଲିଟି ଉପରେ କମ ପ୍ରଭାବ ପଡୁଛି । ଗୁରୁତର ସଂଖ୍ୟା ବହୁତ କମ ରହୁଛି । ଆମେ ଯଦି ସତର୍କ ରହିବା ଫେବୃୟାରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

Share