ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…

ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। କରୋନା ଲଢ଼େଇରେ ମାସ୍କ୍‌ ହିଁ ବ୍ରହ୍ମାସ୍ତ୍ର ବୋଲି କୁହାଯାଉଛି। ମାସ୍କ୍‌ ପିନ୍ଧିଲେ ସଂକ୍ରମଣରୁ ଦୂରେଇ ରହିବା ସହଜ ହୋଇଥାଏ। ଆକ୍ରାନ୍ତଙ୍କ ନିଶ୍ୱାସ ନେବା ସମୟରେ ବାୟୁମଣ୍ଡଳରେ ପ୍ରବେଶ କରୁଥିବା କରୋନା ଭୁତାଣୁ ଭାସମାନ ଅବସ୍ଥାରେ ରହିଥାଏ। ଏଭଳିସ୍ଥଳେ ଏହା ବିନା ମାସ୍କ୍‌ରେ ଥିବା ସୁସ୍ଥ ଲୋକଙ୍କ ଶରୀରରେ ସହଜରେ ପ୍ରବେଶ କରିବାର ଆଶଙ୍କା ରହିଥାଏ। ମାତ୍ର ମାସ୍କ୍‌ ପିନ୍ଧିଲେ ଏହି ଆଶଙ୍କା ଦୂର ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Share