୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍‌ ଉତ୍ପାଦନ: ଫ୍ରାନ୍ସ୍‌…

ପ୍ୟାରିସ୍‌,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଫ୍ରାନ୍ସ୍‌ ପକ୍ଷରୁ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌ ୟବେସ୍‌ ଲି ଡ୍ରିଆନ୍‌ ସୂଚନା ଦେଇଛନ୍ତି। ପ୍ୟାଣ୍ଟେଟ୍‌ କ୍ଷେତ୍ରରେ ଔଷଧ କମ୍ପାନୀଗୁଡ଼ିକ ପାଇଁ କୋହଳ ମାପଦଣ୍ଡ କରାଗଲେ ଭାକ୍ସିନ୍‌ ଉତ୍ପାଦନ ବୃଦ୍ଧି ହୋଇପାରିବ। ଆଫ୍ରିକାର ଦେଶ ସମୁହକୁ ଭାକ୍ସିନ୍‌ ଯୋଗାଇ ଦେବା ଉପାର ସେ ଗୁରୁତ୍ୱାରୋପ କରିଛନ୍ତି। ପୃଥିବୀର ଧନୀ ତଥା ବିକଶିତ ଦେଶଗୁଡ଼ିକ ଗରିବ ଦେଶଙ୍କୁ ଭାକ୍ସିନ୍‌ ଯୋଗାଣ କ୍ଷେତ୍ରରେ ସହାୟତା କରିବା ଲାଗି ସେ ଆହ୍ବାନ ଦେଇଛନ୍ତି।

Share