Posted inଫୁରସତ

କରୋନା ବିଜୟୀ ପୋଖରୀ ମାନବ

ବେଙ୍ଗାଲୁରୁ: କରୋନାକୁ ଭୟ ନ ଥିଲା। କିନ୍ତୁ ଗାଁରେ ଥିବା ପୋଖରୀ ଓ ଗଛଗୁଡ଼ିକର ସୁରକ୍ଷାକୁ ନେଇ ୧୪ଦିନ ଧରି ମୁଁ ଚିନ୍ତାରେ ଥିଲି। ହସ୍ପିଟାଲରେ ବିଶ୍ରାମ ବ୍ୟତୀତ ଅନ୍ୟ କୌଣସି କାମ ନ ଥିଲା। ହେଲେ ମୋ ଧ୍ୟାନ କେବଳ ଗାଁ ପୋଖରୀଗୁଡ଼ିକ ଉପରେ ରହିଥିଲା। କରୋନାକୁ ପରାଜିତକରି ସୋମବାର ହସ୍ପିଟାଲରୁ ଫେରିଥିବା କର୍ନାଟକର ମାଣ୍ଡ୍ୟା ଜିଲା ଦାସନଦୋଦ୍ଦି ଗ୍ରାମର ୮୪ ବର୍ଷୀୟ କାମେଗୌଡ଼ା ଏହା କହିଛନ୍ତି। କାମେଗୌଡ଼ା ହେଉଛନ୍ତି ସେହି ପୋଖରୀ ମାନବ(ମେଣ୍ଢା ଚରାଳି); ଯିଏକି ପଶୁପକ୍ଷୀଙ୍କ ତୃଷା ମେଣ୍ଟାଇବା ପାଇଁ ଗାଁ ନିକଟ ବଞ୍ଜର ପାହାଡ଼ ଅଞ୍ଚଳରେ ୧୪ ପୋଖରୀ ଖୋଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିବା ସହ ସମଗ୍ର ଦେଶବାସୀଙ୍କ ମନ ଜିଣିଥିଲେ। ପରେ ତାଙ୍କ ମହତ କାର୍ଯ୍ୟକୁ ସମ୍ମାନ ଜଣାଇ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ତାଙ୍କୁ ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ୨୦ରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ମାଣ୍ଡ୍ୟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ଚିକିତ୍ସିତ ଥିଲେ। ତାଙ୍କର କୌଣସି ବିଶେଷ ଲକ୍ଷଣ ନ ଥିବାବେଳେ କରୋନାକୁ ପରାଜିତକରି ସୋମବାର ସେ ଘରକୁ ଫେରିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାମେଗୌଡ଼ାଙ୍କ କହିବା ହେଲା, କରୋନା କୌଣସି ବଡ଼ ରୋଗ ନୁହେଁ। ଏହା ଥଣ୍ଡା ଓ କଫ ଲକ୍ଷଣ ରହିଥିବା ଅନ୍ୟ ଜ୍ୱର ଭଳି। ଆମେ ସମସ୍ତେ ଦିନେ ଜନ୍ମ ହୋଇଛୁ ଏବଂ ନିଶ୍ଚୟ ଦିନେ ମରିବା। କିନ୍ତୁ ଆମର ଇଚ୍ଛାଶକ୍ତି ହିଁ ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ। ଲୋକେ କୌଣସି ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଯୋଗୁ ସେ ଚିକିତ୍ସାଧୀନ ଥିଲେ। ପରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ମେଡିକାଲରେ ଥିବା ସମୟରେ ଘର ଖାଦ୍ୟ ମନେପଡ଼ିବା ସହ ଗୋଡ଼ ବ୍ୟଥା କଷ୍ଟ ବ୍ୟତୀତ ସେ ଅନ୍ୟ କୌଣସି ସମସ୍ୟା ଭୋଗି ନ ଥିବା କହିଛନ୍ତି। କରୋନା ମୁକ୍ତ ହୋଇ ଫେରିବା ସମୟରେ ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ମାଣ୍ଡ୍ୟା ଡେପୁଟି କମିଶନର(ଡିସି) ଏମ୍‌. ଭି. ଭେଙ୍କଟେଶ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କାମେଗୌଡ଼ା ପୋଖରୀଗୁଡ଼ିକର ସୁରକ୍ଷା ପାଇଁ ଡିସିଙ୍କୁ ଅନୁରେଧ କରିଥିଲେ। ପୋଖରୀଗୁଡ଼ିକ ପଶୁପକ୍ଷୀଙ୍କ ପାନୀୟଜଳ ପାଇଁ ଉଦ୍ଦିଷ୍ଟ। ତେଣୁ ଲୋକେ ଲୁଗାପଟା ସଫାକରି ଜଳ ନଷ୍ଟ ନ କରିବାକୁ ପୋଖରୀ ନିକଟରେ ବୋର୍ଡ ଲଗାଇବା ପାଇଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଆଇସ୍‌କ୍ରିମ୍‌ ବିରିୟାନି

ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ...

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ...

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା...

୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?

ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି...

୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri