ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ ବନ୍ଦ କରାଯାଇଛି। ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କର୍ଫ୍ୟୁ ଲଗାଯିବ ସହିତ କେତେକ କଟକଣା ମଧ୍ୟ ଜାରି କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ବାଲିୟର, ରତଲାମ୍, ବିଦିଶା ଆଦି ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। ସେହିପରି ଗୁଜରାଟର ସୁରଟ, ବଡ଼ୋଦରା, ରାଜକୋଟ ଆଦି ସହରରେ କର୍ଫ୍ୟୁ ଲଗାଯାଇଛି। ହରିୟାଣାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଖୋଲା ଯାଇଥିବା ସ୍କୁଲଗୁଡ଼ିକୁ ପୁଣି ବନ୍ଦ କରିଦିଆଯାଇଛି।