ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ। କରୋନା ପୁଣି ଫେରିବ ବୋଲି ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ରିପୋର୍ଟ ଭିତ୍ତିକ ଖବର ପ୍ରକାଶ ପାଇଛି। ଥଣ୍ଡାଋତୁରେ ସିଜିନାଲ୍‌ ଫ୍ଲୁ ସହିତ କରୋନା ସଂକ୍ରମଣ ପୁଣି ଆରମ୍ଭ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୁଇ ରୋଗର ଲକ୍ଷଣ ପ୍ରାୟ ଏକ ପ୍ରକାର। ତେଣୁ ଥଣ୍ଡା ଋତୁରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଏଥିରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଥଣ୍ଡା ଋତୁରେ ହେବାକୁ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସଚେତନତା ଅଭିଯାନ ଦେଶରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share