ଫ୍ରାନ୍ସ୍‌ରେ କରୋନାର ପଞ୍ଚମ ଲହର…

ପ୍ୟାରିସ୍‌,୧୧।୧୧: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣର ପଞ୍ଚମ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଓଲିଓ୍ବିୟର ଓ୍ବେରନ ଦେଶରେ ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟ ଲହର ତୁଳନାରେ ଏହା ଅଧିକ ଭୟଙ୍କର ବୋଲି ସେ କହିଛନ୍ତି। ଫ୍ରାନ୍ସର ପଡୋଶୀ ଦେଶରେ ପଞ୍ଚମ ଲହର ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି।

ଟିକା ସ୍ବଚ୍ଛତା ବଜାୟ ରଖି ଏହାର ମୁକାବିଲା କରାଯାଇ ପାରିବ। ତେବେ ଦେଶରେ ଇତିମଧ୍ୟରେ ୧ ଲକ୍ଷ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ କରୋନା ମହାମାରୀ ଯୋଗୁ ଘଟିଥିବା ସେ କହିଛନ୍ତି।

Share