କରୋନାର ନୂଆ ଏନ୍ତୁଡ଼ିଶାଳର ସନ୍ଧାନ ମିଳିଲା, ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ…

କେପ୍‌ ଟାଉନ୍‌,୨୯।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଠାରେ ଥିବା ଶ୍ୱାନେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏବେ କରୋନାର ନୂଆ ଏନ୍ତୁଡ଼ିଶାଳ ପାଲଟିଛି। ଏଠାରେ ୯୦ ପ୍ରତିଶତ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ପୂର୍ବରୁ ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ପାଲଟିଥିଲା।

ଶ୍ୱାନେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ସଂକ୍ରମିତ ହୋଇଛନ୍ତି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଏହି ବିଶ୍ୱବିଦ୍ୟାଳୟର ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ଜୋହାନ୍ସବର୍ଗର ଗୌତେଙ୍ଗ ପ୍ରଦେଶରେ ୯୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ ଓମିକ୍ରନ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାରେ ୧୮ ରୁ ୩୪ ବର୍ଷ ବୟସ୍କ ୨୨ ପ୍ରତିଶତ ଯୁବକ କରୋନା ଟିକା ନେଇଛନ୍ତି।

ତେବେ ଦେଶରେ ଓମିକ୍ରନ୍‌ ଆତଙ୍କ ସୃଷି କରିଛି। ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ଅନ୍ୟ କଟକଣା ମଧ୍ୟ ଜାରି ହୋଇଛି।

Share